ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ଏମଏସପି ବାବଦରେ ମିଳିବ ୩୧ ଶହ: ଖାଦ୍ୟ ଯୋଗାଣ ମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ଥର ପାଇଁ ନୂଆ ସରକାର ଗଠନ କରିଛି। ହେଲେ ଏହି ନୂଆ ସରକାର ଗଠନ ପରେ ବିଜେପି ଘୋଷଣା କରିଥିବା ପ୍ରତିଶ୍ରୁତିକୁ ପାଳନ କରୁଛି କି ନାହିଁ, ତାହା ରାଜ୍ୟବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ବିଜେପିର ପ୍ରତିଶ୍ରୁତି ମଧ୍ୟରେ ଧାନର ସର୍ବନିମ୍ନ ସାହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଥିଲା ଅନ୍ୟ ଏକ ବଡ ପ୍ରତିଶ୍ରୁତି। ତେବେ ଏହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏକ ବଡ ସୂଚନା ଦେଇଛନ୍ତି।

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କହିଛନ୍ତି ଯେ, ଆମର ଇସ୍ତାହାର ଅନୁଯାୟୀ ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ ଶହ ଟଙ୍କା ଦେବୁ। ଗତକାଲି କେନ୍ଦ୍ର ୨୩ ଶହ ଟଙ୍କା କଲା ପରେ, ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ୮୦୦ ପଡ଼ିବ। ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ। କୌଣସି କଟ୍‌ନୀଛଟ୍‌ନୀ କରାଯିବନି। ଯଦି କୌଣସି କଟ୍‌ନୀଛଟ୍‌ନୀ କରାଯାଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।

Share This Article