ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣାଇଲେ ଅଭିନନ୍ଦନ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ। ରାଷ୍ଟ୍ରପତି ମୁର୍ମୁ  ୧୯୫୮ ଜୁନ ୨୦ ତାରିଖରେ ମୟୁରଭଂଜ ଜିଲ୍ଲା ରାଇରଂଗପୁରର ଉପରବେଡା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତି ହେବା ପୂର୍ବରୁ ଝାଡଖଣ୍ଡର ରାଜ୍ୟପାଳ ଥିଲେ।

ରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେବା ଓ ସମର୍ପଣ ଭାବରେ ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତ ଦେବା ସହିତ ସେ ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

Share This Article