ଆଜି ଜାରି ହେବ ପିଏମ୍‌ କିଷାନ ଯୋଜନାର ୧୭ ତମ କିସ୍ତି: ବରଗଡ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ସାରା ଦେଶରେ ୯.୨୬ କୋଟି ଚାଷୀଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୧୭ ତମ କିସ୍ତି ମୁକ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡିବିଟି ମାଧ୍ୟମରେ ଉତ୍ତରପ୍ରଦେଶର ବାରାଣାସୀରୁ ୨୦ ହଜାର କୋଟି ଟଙ୍କା ଦେଶର କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ।

ତେବେ ଏହି ପ୍ରରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଏହିକ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ବରଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ସଂଧ୍ୟା ସାଢ଼େ ୪ରୁ ୭ଟା ଯାଏଁ କାର୍ଯ୍ୟକ୍ରମ ଆୟୋଜନ ହେବ।

Share This Article