ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ ଅତିଥୀ ଭବନରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଲୋକାଭିମୁଖୀ କାମ କରିବା ପାଇଁ ସେ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ଥାନାର ଦ୍ବାରସ୍ଥ ହେଉଛନ୍ତି ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ପାଇଁ କହିଛନ୍ତି।

ଏହି ବୈଠକରେ ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ଏସପି ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମୋହନ ମାଝୀ ବିଭିନ୍ନ ଅଧିକାରୀଙ୍କ ସହିତ ଘନଘନ ବୈଠକ ଜାରୀ ରଖିଛନ୍ତି। ପୂର୍ବରୁ ମୁଖ୍ୟସଚିବ ଏବଂ ବରିଷ୍ଠ ଆଇଏଏସଙ୍କ ସହିତ ବୈଠକ କରିଛନ୍ତି।

Share This Article