ଦୋକାନ ଭିତରେ ଟ୍ରକ୍ ପଶି ଜଣେ ମୃତ, ଦୁଇ ଗୁରୁତର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ବାହାଡାଗୁଡା ଛକରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଦୋକାନ ଭିତରେ ମାଲବାହୀ ଟ୍ରକ୍ ପଶି ଯିବା ଫଳରେ ଦୋକାନ ମାଲିକ ମହେନ୍ଦ୍ର ବିଷୋୟୀଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଦୋକାନ ଭିତରେ ବସିଥିବା ରାମେଶ୍ବର ସେଠୀ ଓ ବୃନ୍ଦାବନ ସ୍ବାଇଁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ  ମାମଲା ନଂ ୨୦୮/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article