ନୂଆ ସରକାରଙ୍କ ନୂଆ ନିଷ୍ପତି, ରାଜ୍ୟରୁ ହଟିଲା 5ଟି ଓ ମୋ ସରକାର ବ୍ୟବସ୍ଥା

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଆସିବା ପରେ ନୂଆ ନୂଆ ପଦକ୍ଷେପ ନେବାରେ ଲାଗିଛନ୍ତି। ସେହିପରି ଏକ ବଡ ପଦକ୍ଷେପ ହେଲା ରାଜ୍ୟରୁ 5ଟି ବା ମୋ ସରକାର ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏହାର ଲୋଗୋ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଗାଯୋଗରେ ବ୍ୟବହାର କରାଯିବ ନାହିଁ।

ନବୀନ ସରକାର ବେଳେ 5ଟି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଯାହା ଅଧିନରେ ରାଜ୍ୟର ସମସ୍ତ ବିଭାଗକୁ ସେହି ଅଧିନକୁ ଅଣାଯାଇଥିଲା। ଆଉ ତାହାର ମୁଖ୍ୟ ଥିଲେ ଭି କେ ପାଣ୍ଡିଆନ। ଏହି ବ୍ୟବସ୍ଥାକୁ ମୂଳରୁ ବିଜେପି ବିରୋଧ କରିଆସୁଥିଲା। ବର୍ତ୍ତମାନ ସେମାନେ ସରକାରକୁ ଆସିବା ପରେ ତାହାକୁ ହଟାଇ ଦେଇଛନ୍ତି।

Share This Article