ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

Odisha Hot News
1 Min Read

ଭୁବନେଶ୍ଵର: ଓଡିଶାର ସବୁଠୁ ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ୍, ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ପର୍ବପର୍ବାଣୀ ଓ ପରମ୍ପରାକୁ ଗୁରୁତ୍ବ ଦେବା ସହ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ ସାମାଜିକ ସଚେତନତା ଶୃତସ୍ଥି କରିଥାଏ। ତେବେ ଆଗକୁ ରଜ ଉତ୍ସବ ଉପଲକ୍ଷେ ମଧ୍ୟ ଜାରି ରହିବ ଏହି ବିଶେଷ ଧାରା। ଏହି ଉତ୍ସବକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସିଛି ଏକ ବିଶେଷ କାର୍ଯ୍ୟକ୍ରମ ଯାହାର ନାଁ ରହିଛି ‘ନାଲି ବିନ୍ଦୁ’।

ତେବେ ନାଲି ବିନ୍ଦୁ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ସାମାଜିକ ସଚେତନତା। ପ୍ରତିବର୍ଷ ପରି ଏ ବର୍ଷ ରଜ ପର୍ବରେ ମଧ୍ୟ ଜୀ ସାର୍ଥକ ତା’ର ନାଲି ବିନ୍ଦୁ ଅଭିଯାନ ମାଧ୍ୟମରେ ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏକ ସଚେତନତା ବାର୍ତ୍ତା ଭିଡିଓ ମାଧ୍ୟମରେ ଜାରି କରିଛି। ଏହି ଭିଡିଓରେ ଋତୁସ୍ରାବ ସମୟରେ ଛାଇ ଓ ଛୁଆଁ-ଅଛୁଆଁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଚେଷ୍ଟା କରାଯାଇଛି। ଆମେ ଆଶା କରୁଛୁ ଏଇ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଚେତନ କରିବାରେ ସହାୟକ ହେବ। ରଜପର୍ବରେ ପୃଥିବୀ ରଜସ୍ବଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ଏକ ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ବୋଲି ନାଲି ବନ୍ଦୁ ଟିମ୍‌ ପକ୍ଷରୁ କୁହାଯାଇଛି।

ଜୀ-ସାର୍ଥକର ଏହି ଅଭିଯାନ ପୂର୍ବ ବର୍ଷମାନଙ୍କରେ ବହୁତ ସାରା ଆୱାର୍ଡ ଜାତୀୟସ୍ତରରେ ପାଇବା ସହ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା। ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏହିଁ ସଚେତନତା ସୃଷ୍ଟି କରିବାର ପ୍ରଚେଷ୍ଟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି।

Share This Article