ବାଲୁଗାଁ: ୧୮ ମଇଁଷି ଉଦ୍ଧାର, ୫ ଟାଟା ଏସି ଜବତ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବୁଧବାର ସନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ଠାରେ ପାଞ୍ଚଟି ଟାଟା ଏସି ଗାଡି ଜବତ କରିବାସହ ସେଥିରୁ ୧୮ ଟି ମଇଁଷି ଉଦ୍ଧାର କରାଯାଇଛି। ଖବର ମୁତାବକ କୌଣସି ସୂତ୍ରରୁ ବାଲୁଗାଁ ବଜରଙ୍ଗୀ ଦଳ ଟାଙ୍ଗୀ ଅଞ୍ଚଳରୁ ବ୍ରହ୍ମପୁର ହଳଦିଆପଦର ଗୋରୁ ବୋଝେଇ ହୋଇ ଯାଉଥିବା ଖବର ପାଇବା ପରେ ବାଲୁଗାଁ ବାଇପାସ ଠାରେ ଛକି ବସିଥିଲେ।

ସନ୍ଧ୍ୟା ସମୟରେ ଆଗପଛ ହୋଇ ଯାଉଥିବା ପାଞ୍ଚଟି ଟାଟା ଏସି ଗାଡିକୁ ଅଟକ ରଖିବାରୁ ସେଥିରେ ଅତି ଅମାନୁଷିକ ଭାବେ ମଇଁଷି ବନ୍ଧା ହୋଇଥିବା ଦେଖିବାରୁ ତୁରନ୍ତ ଗାଡି ଚାଳକ ଓ ହେଲ୍ପର ମାନଙ୍କୁ ଅଟକ ରଖିବାସହ ବାଣପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ବାଣପୁର ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମଇଁଷି ବୋଝେଇ ଗାଡିକୁ ଜବତ କରିବା ସହିତ ୧୮ ଟି ମଇଁଷି ଉଦ୍ଧାର କରି ସ୍ଥାନୀୟ ଶୋଲରୀ ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଛି।

ଘଟଣା ସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାଣପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share This Article