ରକ୍ତଦାନ କରି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜଣେ ଆମ୍ବୁଲାନ୍ସ କର୍ମଚାରୀ ରକ୍ତଦାନ କରି କର୍କଟ ରୋଗୀର ଜୀବନ ବଞ୍ଚାଇ ଥିବା ଜଣା ପଡିଛି।

ପ୍ରକାଶ ଯେ, ରେଢ଼ାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ଜଣେ ୭୪ ବର୍ଷୀୟ ସନକ ସାହୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତକାଲି ଠାରୁ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏଚ୍ ଏସ୍ ଦାସ ରୋଗୀଙ୍କୁ ରକ୍ତ ଦେବା ପାଇଁ ତାଙ୍କ ସହାୟକଙ୍କୁ କହିଥିଲେ। ଗତ ଦୁଇଦିନ ଠାରୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ “O+ve” ରକ୍ତ ନଥିଲା। ସେଥିପାଇଁ ତାଙ୍କ ସହାୟକ ଆବଶ୍ୟକ ରକ୍ତ ଯୋଗାଡ ହେଇପାରୁ ନଥିବାରୁ ନିରାଶ ହୋଇପଡିଥିଲେ।

ଜଣେ ରକ୍ତଭଣ୍ଡାର କର୍ମଚାରୀଙ୍କ ଠାରୁ ଆବଶ୍ୟକ ପଡିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରକ୍ତଦାନ କରୁଥିବା ଖବର ପାଇ, ସେଠାରେ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ତାଙ୍କର ରକ୍ତର ଆବଶ୍ୟକତା ବିଷୟରେ କହିଥିଲେ। ରେଢ଼ାଖୋଲ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ଖବର ପାଇ କିସିଣ୍ଡା ଥାନାରେ ରହୁଥିବା ୧୦୮ ଆମ୍ବୁଲାନ୍ସର ହେଲପର୍ ନିଶାନ୍ତ ସାହୁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ୍ କାର୍ଯ୍ୟ ଯୋଗୁଁ ଜଣେ ରୋଗୀ ରକ୍ତ ପାଇପାରିଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଭୁୟସୀ ପ୍ରଶଂସା କରିଥିଲେ।

Share This Article