ଚିଲିକା ବିଧାନସଭା ଆସନ: ବିଜେଡ଼ିର ବଢିଲା ଆଶା, କ୍ରମାଗତ ୩ଟି ରାଉଣ୍ଡରେ ବିଜେଡ଼ି ଆଗୁଆ

Odisha Hot News
1 Min Read

ଭୁବନେଶ୍ଵର: ଚିଲିକା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ୧୩ ତମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ଏହି ରାଉଣ୍ଡରେ ବିଜେପି ଏକ ବଡ ଅଗ୍ରଣୀ ହାସଲ କରିଛି। ୧୩ ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଠାରୁ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁ ୧୧୧ ଭୋଟରେ ଆଗୁଆ ଅଛନ୍ତି।

୧୩ ତମ ରାଉଣ୍ଡରେ ରଘୁନାଥ ସାହୁ ୪୭୦୪ ଭୋଟ ପାଇଥିବା ବେଳେ ପୃଥ୍ବୀରାଜ ହରିଚନ୍ଦନ ୪୫୯୩ ଭୋଟ ପାଇଛନ୍ତି।

ତେବେ ୧୩ ତମ ରାଉଣ୍ଡ ପର୍ଯ୍ୟନ୍ତ ପୃଥ୍ବୀରାଜ ହରିଚନ୍ଦନ ମୋଟ ୬୧ ହଜାର ୪୯୪ ଭୋଟ ପାଇଥିବା ବେଳେ ରଘୁନାଥ ସାହୁ ମୋଟ ୫୮୬୨୧ ଭୋଟ ପାଇଛନ୍ତି। ତଥାପି ୧୩ ତମ ରାଉଣ୍ଡ ଶେଷ ସୁଦ୍ଧା ଚିଲିକାରେ ବିଜେପି ୨୮୭୩ ଭୋଟରେ ଆଗୁଆ ରହିଛି।

Share This Article