ଭୁବନେଶ୍ବରରୁ ଦୁଇଟି ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାହାର ନାମ

Odisha Hot News
1 Min Read

ଭୁବନେଶ୍ବର: ନିର୍ବାଚନ ଟେନସନରୁ ମୁକ୍ତି ମିଳିବା ପରେ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ବହି ଦୋକାନରେ ଦେଖିବାକୁ ମିଳିଥିଲା। ସଂଧ୍ୟା ପ୍ରାୟ 7ଟା ବେଳେ ମୁଖ୍ୟମନ୍ତ୍ରୀ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚି ବହି ଦେଖିଥିଲେ।

ସେ ଦୋକାନରେ ଥିବା ବିଭିନ୍ନ ବହି ଖୋଜାଖୋଜି କରି ଦୁଇଟି ବହି କିଣିଥିଲେ। ସେହି ଦୁଇଟି ବହି ହେଲା ଦେବବ୍ରତ ସ୍ବାଇଁଙ୍କ ରଚିତ “ସିକ୍ରେଟସ ଅଫ ସିମିଳିପାଳ’ ଏବଂ ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ “ଆରିୟନସ”।

ବହି ଦୋକାନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଦୋକାନ ମାଲିକଙ୍କ ସହିତ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ବହି କିଣିଥିବାର ଦେଖି ସେଠାକେ ଭିଡ ଜମିଯାଇଥିଲା। ଜଣେ ଝିଅର ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ସେଲଫି ମଧ୍ୟ ନେଇଥିଲେ। ଏହି ବହି କିଣିବା ସମୟରେ ତାଙ୍କ ସହିତ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଥିଲେ।

Share This Article