ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଷୋଳଘର ସରପଞ୍ଚଙ୍କ ସ୍ବାମୀ ଟିଟୁ ଦାସ ଗିରଫ ହୋଇ ଜେଲ ଯାଇଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଅଭିଯୁକ୍ତ ଟିଟୁ ଏକ ୧୪ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଗର୍ଭବତୀ ହେବାର ଜଣାପଡିବା ପରେ ତାକୁ ଧମକ ଚମକ ଦେଇ ଗର୍ଭପାତ କରିଥିଲା। ପରବର୍ତ୍ତୀ ସମୟରେ ଗ୍ରାମର କିଛି ସମାଜସେବୀ ନାବାଳିକାକୁ ପଚାରିବା ପରେ ଟିଟୁ ଦାସ ତାକୁ ଦୁଷ୍କର୍ମ କରିବାରୁ ଏହି ଭଳି ପରିସ୍ଥିତି ହୋଇଛି ବୋଲି କହିଥିଲା। ପରେ ଗ୍ରାମବାସୀମାନେ ମିଳିତ ହୋଇ ଗ୍ରାମର ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ବୈଠକ ବସି କୌଣସି ସଫଳତା ନମିଳିବାରୁ ପୁରୁଷୋତ୍ତମ ପୁର ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୩୫୦/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଟିଟୁ ଦାସ ବିରୋଧରେ ବିଭିନ୍ନ ମକଦ୍ଦମାରେ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article