Breaking News: ଆସନ୍ତା 26 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

Odisha Hot News
1 Min Read

କଟକ: ଆସନ୍ତା 26 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ଆଜି ମାଟ୍ରିକ ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହିଦିନ ସକାଳ 10 ଟା 30 ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଇଣ୍ଟରନେଟରେ ପରୀକ୍ଷା ଫଳ 11 ଟା 30 ଉପଲବ୍ଧ ହେବ ବୋଲି ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଆସନ୍ତା 26 ତାରିଖ ସକାଳେ ପ୍ରଥମେ ବୋର୍ଡ ତରଫରୁ ପରୀକ୍ଷା ଫଳ ପ୍ରକାଶ ପାଇଁ ଅନୁମତି ହାସଲ କରିବା ପରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ସେହିପରି ଅପରାହ୍ନ 4ଟା ବେଳକୁ ଛାତ୍ରଛାତ୍ରୀମାନେ ୱେବସାଇଟରୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ହାସଲ କରିପାରିବେ। ତେବେ ଛାତ୍ରଛାତ୍ରୀମାନେ ହ୍ବାଟସଆପ ରେ ମଧ୍ୟ ସାର୍ଟିଫିକେଟ ହାସଲ କରିପାରିବେ। ସେହି ନମ୍ବରଟି ହେଲା 7710058192। ସେହିପରି ୱେବସାଇଟ ହେଲା http://www.bseodisha.ac.in/

Share This Article