ସନ୍ଥକବି ଭୀମ ଭୋଇ ଜୟନ୍ତୀ ଉତ୍ସବ

Odisha Hot News
1 Min Read

ସମ୍ବଲପୁର: ଭୀମଭୋଇ ଥିଲେ ମାନବ ବାଦୀ ଓ ସମାଜବାଦୀ କବି।  ଭୀମଭୋଇ ସାହିତ୍ୟରେ ରହିଛି ଭଗବାନଙ୍କୁ ପାଇବାର ରାସ୍ତା। ଭୀମ ଭୋଇ ଜୀବନକୁ ନର୍କରେ ପକାଇ ଜଗତର ଉଦ୍ଧାର ପାଇଁ ତାଙ୍କ କବିତାରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ସାରା ବିଶ୍ୱରେ ଭୀମଭୋଇଙ୍କ କବିତା ପ୍ରସାରିତ ହୋଇଛି ବୋଲି ଆଜି ସନ୍ଥକବି ଭୀମ ଭୋଇ ଏକାଡେମୀ ଆନୁକୁଲ୍ୟରେ ସ୍ମୁତିପୀଠ କନ୍ଧରା ଠାରେ କବି ଭୀମ ଭୋଇ ଜୟନ୍ତୀ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଆୟକର ଅଧିକାରୀ ରାଧାକାନ୍ତ ସେଠ୍, ମୁଖ୍ୟ ବକ୍ତା ଭାବେ କବି ସନ୍ତୋଷ ରଥ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର୍ ଦୀପେନ କୁମାର ପଟ୍ଟନାୟକ, ବାବା ଆନନ୍ଦ ଚନ୍ଦ୍ର ଦାସ ଓ ଭୀମ ଭୋଇ ଉନ୍ନୟନ ପରିଷଦର ସଭାପତି ଚକ୍ରଧର ପ୍ରଧାନ ଯୋଗ ଦେଇ କବି ଭୀମ ଭୋଇଙ୍କ ଜୀବନ ଦର୍ଶନ ବାର୍ତ୍ତା, କାବ୍ୟକ୍ରୁତି ସମ୍ପର୍କରେ ଆଲୋକପାତ କରିଥିଲେ।

ଅନୀଲ ମେହେର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମହାବୀର ସିଂହଦେଓ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ପରିକ୍ଷୀତ ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ।

କବି ବିପିନ ମହାନନ୍ଦଙ୍କ ସଂଯୋଜନା କବି କନ୍ଦର୍ପ ବେହେରା, ଅଧ୍ୟାପିକା ଆର. ପୁଷ୍ପାଞ୍ଜଳି, ଗୀତାରାଣୀ ସାହୁ, ଆକାଶ ସାହୁ, ରାଧାକାନ୍ତ ସେଠ, ବିପିନ ମହାନନ୍ଦ, ସନ୍ତୋଷ ରଥ, ଦିପେନ ପଟନାୟକ ପ୍ରମୁଖ ବାର ଜଣ ନିମନ୍ତ୍ରିତ କବି ଯୋଗ ଦେଇ କବିତା ପାଠ କରିଥିଲେ। ହିମାଂଶୁ ପ୍ରଧାନ, ଚନ୍ଦ୍ରହାସ୍ୟ ସାହୁ ସମେତ କନ୍ଧରା ଗ୍ରାମବାସୀ ତଥା ଭକ୍ତ ଗଣ ସହଯୋଗ କରିଥିଲେ।

Share This Article