କାଲି ବିଜେଡିରୁ ଦେଇଥିଲେ ଇସ୍ତଫା, ଆଜି ପୁଣି ମିଶିଲେ, ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କୁ ମିଳିଲା ବଡ ଦାୟିତ୍ବ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ଅସନ୍ତୁଷ୍ଠ ହୋଇଥିଲେ। ତେବେ ତତକାଳ ସେ କିଛି ନିଷ୍ପତି ନେଇ ନ ଥିଲେ। ହେଲେ ଗତକାଲି ସେ ଦଳରୁ ଇସ୍ତଫା ଦେଇଥିଲେ। ଆଜି ନବୀନ ନିବାସ ତରଫରୁ ତାଙ୍କୁ ଡକରା ହେବା ପରେ ସେ ପୁଣି ଥରେ ଦଳକୁ ଫେରିଛନ୍ତି। ତାଙ୍କ ଇସ୍ତଫାକୁ ଆଗ୍ରାହ୍ୟ କରାଯାଇଛି।

ନବୀନ ନିବାସରେ ଆଲୋଚନା ପରେ ଜ୍ୟୋତିଙ୍କୁ ଦଳ ବଡ ଦାୟିତ୍ବ ପ୍ରଦାନ କରିଛି। ତାଙ୍କୁ ଆଜି ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ବାଲେଶ୍ବର ଜିଲ୍ଲା ସଭାପତି ଥିବା ଅଶ୍ବନୀ ପାତ୍ରଙ୍କୁ ଦଳର ରାଜ୍ୟ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Share This Article