ଆଜି ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ପୁରୀରେ କରିବେ ରୋଡ ସୋ

Odisha Hot News
0 Min Read

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମାରାଥନ ପ୍ରଚାର କରିବେ। ସେ ଆଜି ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ସେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବ। ସେଠାରୁ ସେ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରଚାର କରିବେ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share This Article