ଖୋର୍ଦ୍ଧା: ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ

Odisha Hot News
1 Min Read

ଖୋର୍ଦ୍ଧା: ପୁରୀ ଲୋକସଭା ନିର୍ବାଚନ ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ସେଠାରେ ଚାଲୁଥିବା ଏମସିଏମସି ତଥା ମିଡିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି କେନ୍ଦ୍ରକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ପ୍ରିଣ୍ଟ, ଇଲେକ୍ଟ୍ରୋନିକସ ଚାନେଲ ଓ ସୋସିଆଲ ମିଡିଆକୁ ନିୟମିତ ଅନୁଧ୍ୟାନ କରି ପେଡ ନିଉଜ ଗୁଡିକ ଉପରେ ଇସିଆଇର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ତୁଲି ଆମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀମାନେ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ଏମସିଏମସିର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ।

ଏହି ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷକଙ୍କ ଲିଆସନିଙ୍ଗ ଅଫିସର ଶିଵଲାଲ ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ସୁଭାଷ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ନୟାଗଡ଼ ଓ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟର ପର୍ଯ୍ଯବେକ୍ଷଣ ଓ ଅନୁଧ୍ୟାନ କରୁଛନ୍ତି।

Share This Article