ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୨ ଜଣ ନେତାଙ୍କୁ ଦଳରୁ ବହିସ୍କାର କଲା ବିଜେପି

Odisha Hot News
1 Min Read

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଧନା ପାଣ୍ଡେ, ବିରମିତ୍ରପୁରର ପୂର୍ବତନ କାଉନସିଲର ମହାଗଡଦେବୀ କୋଇଲି ଭଗତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ବିରମହାରାଜପୁରର ଆଶ୍ରୟ ମହାନନ୍ଦଙ୍କ ଦଳରୁ ବହିସ୍କାର କରାଯାଇଛି।

ସେହିପରି ଫୁଲବାଣୀର ଟିକେଶ୍ୱର କହଁର, କଂଟାମାଳର ସୁଧାଂଶୁ ଡାଙ୍ଗ, ଦଶପଲ୍ଲାର ରବିନ୍ଦ୍ରନାଥ ସେଠୀ, ନୟାଗଡ ଜିଲ୍ଲା ଉପସଭାପତି ଇନ୍ଦୁମତି ନାୟକ, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଂକର ଦାଶ, ମନୋଜ ପଟ୍ଟନାୟକ, କୋରାପୁଟ ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥୀ ପାଟଣୀଆ ଏବଂ କୋ-ଅପରେଟିଭ ସେଲ ସଂଯୋଜକ କର୍ପୁର ହନ୍ତାଳଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Share This Article