Lok Sabha Elections 3rd Phase: ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

Odisha Hot News
1 Min Read

Lok Sabha Elections 3rd Phase: ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ସଂସଦୀୟ କ୍ଷେତ୍ରରେ ରାତି ୮ଟା ସୁଦ୍ଧା ୬୧.୪୫ ପ୍ରତିଶତ ମତଦାନ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲେ ମଧ୍ୟ ଅନେକ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

କେତେକ ଅଞ୍ଚଳରେ ଗରମ ପାଗ ଅନୁଭୂତ ହୋଇଥିଲେ ମଧ୍ୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତଦାତାମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତଦାନ କରିବା ପାଇଁ ଅଂଶଗ୍ରହଣ କରିଥିଲେ।

ନିର୍ବାଚନ ଆୟୋଗ ଏହି ପର୍ଯ୍ୟାୟଠାରୁ ମତଦାତାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀଙ୍କ ସହାୟତାରେ ଜାତୀୟ ଓ ରାଜ୍ୟ ଆଇକନମାନଙ୍କ ଠାରୁ ଏସ୍ଏମ୍ଏସ୍ ଆଲର୍ଟ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ଭଏସ୍ କଲ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୨୮୩ଟି ସଂସଦୀୟ କ୍ଷେତ୍ରରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇଛି ।ଏହି ପର୍ଯ୍ୟାୟରେ ମୋଟ ୧୩୩୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Share This Article