ଖୋର୍ଦ୍ଧା ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ କାଳୁ ଖଣ୍ଡାୟତରାୟ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ନାମାଙ୍କନ ଦାଖଲର ଶେଷ ଦିବସରେ ଖୋର୍ଦ୍ଧା ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି କାଳୁଚରଣ ଖଣ୍ଡାୟତରାୟ। ନିକଟରେ ଭାଜପାରୁ ଟିକଟ କଟିବା ପରେ ସେ ସ୍ବାଧୀନ ଭାବେ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଟିଏଲସି ରୋଡ ରୁ ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟ, ପାଇକ ଆଖଡା,ନାମ ସଂକୀର୍ତ୍ତନ ସହ ପାଖପାଖି 5 ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ନୂଆ ବସଷ୍ଟାଣ୍ଡ ବ୍ୟାଙ୍କ ଛକ ଦେଇ ଉପ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଖୋର୍ଦ୍ଧାରେ ପାଇକ ମାଟିର ସ୍ବାଭିମାନ ପାଇଁ ଲଢେଇ ଜୋରଦାର ହେବ ଏବଂ ସେ ନିଶ୍ଚିତ ବିଜୟୀ ହେବା ନେଇ ଆଶାବାଦୀ ଥିବା ଗଣମାଧ୍ୟମକୁ କହିଛନ୍ତି।

Share This Article