ଭୁବନେଶ୍ବରରେ କାଳ ବୈଶାଖୀ, କିଛି ସମୟ ପାଇଁ ରାଜଧାନୀରେ ଝଡବାତ୍ୟା

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏ ନେଇ ପାଣିପାଗ ବିଭାଗ ପୂର୍ବରୁ ସୂଚନା ପ୍ରଦାନ କରିଥିଲା। ଆଜି ଅପରାହ୍ନରେ ଭୁବନେଶ୍ବରରେ ଘୋର ଅନ୍ଧକାର ଘୋଟି ପ୍ରବଳ ପବନ ପ୍ରବାହିତ ହୋଇଥିଲା। ଏହାପରେ ଘଡଘଡି ସହିତ ପ୍ରବଳ ବର୍ଷା ମଧ୍ୟ ପରିଲକ୍ଷିତ ହୋଇଥିଲା। ଏହାଦ୍ବାରା ଅନେକ ସ୍ଥାନରେ ଗଛ ଉପୁଡିବା ସହିତ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ପାଣିପାଗ ବିଭାଗ ସୂଚନା ଅନୂସାରେ ଆଜି ରାଜ୍ୟର କେତେକ ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ଥିଲା। ସେହିପରି ଆସନ୍ତାକାଲି ମଧ୍ୟ କେତେକ ସ୍ଥାନରେ ଏହି କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡିଛି।

କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ଘଣ୍ଟା ପ୍ରତି ୮୦କିମି ବେଗରେ ପବନ ଦିନ ୩ ଟା ୩୧ ରୁ ୩ ଟା ୩୪ ମଧ୍ୟରେ ଅନୁଭୂତ ହୋଇଛି।
Share This Article