ଚିଲିକା ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରଘୁନାଥ ସାହୁ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଲିକା ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରଘୁନାଥ ସାହୁ। ସେ ତାଙ୍କ ସମର୍ଥକଙ୍କ ଦସ୍ତଖତ ପରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେଥିପାଇଁ ରଘୁନାଥ ଏକ ବିରାଟ ପଟୁଆରରେ ଖୋର୍ଦ୍ଧା ସହରରୁ ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ।

ରଘୁନାଥ ତାଙ୍କର ଶହଶହ ସମର୍ଥକ ଚିଲିକାରୁ ଖୋର୍ଦ୍ଧା ଆସି ଉପଜିଲ୍ଲାପାଳ ଅଫିସ ଅଭିମୁଖେ ଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସିର ନେତା ସହିତ ବହୁ ନିର୍ବାଚନତ ପ୍ରତିନିଧି ଯୋଗ ଦେଇଥିଲେ।

Share This Article