‘ଧନୁ ସଂକ୍ରାନ୍ତି ପରେ ଏହି ଧରାପୃଷ୍ଟରେ ପଦ୍ମ ଫୁଟେ ନାହିଁ’, କଂସ ଅଭିନେତାଙ୍କ ଏହି ଡାଇଲଗକୁ ନେଇ ଚର୍ଚ୍ଚା

Odisha Hot News
1 Min Read

ସମ୍ବଲପୁର: ଧନୁ ସଂକ୍ରାନ୍ତି ପରେ ଏହି ମହିମଣ୍ଡଳରେ ପଦ୍ମ ପ୍ରସ୍ପୁଟିତ ହୁଏ ନାହିଁ। ଏହା ହେଉଛି କଂସ ମହାରାଜାଙ୍କ ଆଦେଶ.. ହାଃ..ହାଃ..। ଏହା ହେଉଛି ଧନୁଯାତ୍ରାରେ କଂସ ମହାରାଜ ଅଭିନୟ କରୁଥିବା ସୁଶୀଲ ମେହେରଙ୍କ ଡାଇଲଗ। ହେଲେ ସେ ଏହି ଡାଇଲଗ ଯେଉଁଠି କହିଲେ ତାହା ଯାତ୍ରା ପେଣ୍ଡାଲ ନ ଥିଲା। ତାହା ଥିଲା ଏକ ନେତ୍ରୀଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ବାସଭବନର ଦୃଶ୍ୟ।

ତେବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ୍ ତୁମ୍ବିତୋଫାନ ହେବାରେ ଲାଗିଛି। କାରଣ କଂସ ଅଭିନେତା କାହିଁକି ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟିବ ନାହିଁ ବୋଲି କହିଲେ। କାରଣ ବିଜେପି ବର୍ତ୍ତମାନ ସାରା ରାଜ୍ୟରେ ଏଥର ପଦ୍ମ ଫୁଟିବ ବୋଲି କହୁଥିବା ବେଳେ କଂସ କଳାକାରଙ୍କ ଏହି ଡାଇଲଗ ସିଧା ରାଜନୀତିକୁ ଯୋଡି ଦେଇଛି।

ଗତକାଲି ବରଗଡ ଜିଲ୍ଲା ଅତାବିରା ବିଧାନସଭା ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ। ସେ ଯିବା ପୂର୍ବରୁ ତାଙ୍କ ବାସଭବନରେ ସମର୍ଥକଙ୍କ ଗହଳି ଲାଗି ରହିଥିଲା। ସେଥିରେ ସାମିଲ ଥିଲେ ଧନଯାତ୍ରାରେ କଂସ ଅଭିନୟ କରୁଥିବା ସୁଶୀଲ ମେହେର। ସେ ଗଣମାଧ୍ୟମ ଆଗରେ ଏହି ଡାଇଲଗ ମାରିଥିଲେ। ଯାହା ଥିଲା ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେ ନାହିଁ।

ଏହାର ସିଧା ଅର୍ଥ ହେଲା ଯେ, ବିଜେପି ଯେଉଁ ନାରା ଦେଇଛି ଏଥର ଫୁଟିବ ପଦ୍ମ, ତାହା ଭୁଲ। କାରଣ ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେ ନାହିଁ ବୋଲି କଂସ ଅଭିନେତା କହିଛନ୍ତି। ଏହି ଡାଇଲଗ ବର୍ତ୍ତମାନ ସାରା ରାଜ୍ୟରେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। କାରଣ ଗତ ଡିସେମ୍ବର ମାସରେ ଧନୁ ସଂକ୍ରାନ୍ତି ପଳାଇଛି। ତେଣୁ ଏବେ ତାହା ଫୁଟିବ ନାହିଁ ବୋଲି ଏକ ବିଶ୍ବାସ ଆସିଛି।

Share This Article