ଅନ୍‌ଲାଇନରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ

Odisha Hot News
1 Min Read

କରୋନା ମୁକାବିଲା ପାଇଁ ଜାରି ରହିଥିବା ଲକଡାଉନ୍ ସମୟରେ ଚାଷୀ ଭାଇମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ରାଜ୍ୟର ବିଭିନ୍ନ କୋଣ ଅନୂକୋଣରୁ ଚିତ୍ର ମଧ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି । ଏହି ସମସ୍ୟାକୁ ଦୂର କରିବାକୁ ସାମାଜିକ ଦୂରତା ବଜାୟ ରଖି ସରକାର ଆରମ୍ଭ କରିଛନ୍ତି ଅନଲାଇନରେ ପରିବା ବିକ୍ରି । ପନି ପରିବା ଓ ଫଳଚାଷୀଙ୍କ କଷ୍ଟ ଉପାର୍ଜିତ ପରିଶ୍ରମକୁ ବିକ୍ରିବଟା କରିବା ପାଇଁ ରାଜ୍ୟ କୃଷିମନ୍ତ୍ରୀଙ୍କ ତତ୍ୱାବଧାନରେ odihortmarketing.nic.in ୱେବସାଇଟର ଶୁଭାରମ୍ଭ କରିଛନ୍ତି

  1. ଏହି ୱେବସାଇଟ୍‌ ଜରିଆରେ ୩୦ ଜିଲାର ଉଦ୍ୟାନ ଅଧିକାରୀମାନେ ତାଙ୍କ ଜିଲାର ବଳକା ଉତ୍ପାଦନ ଦ୍ରବ୍ୟ ବିଷୟରେ ଉଲ୍ଲେଖ କରିବେ। ଏହାକୁ ଆୟୁଧ କରି ଇଚ୍ଛୁକ ବ୍ୟବସାୟୀମାନେ ସେମାନଙ୍କୁ ଯୋଗାଯୋଗ କରି ଦ୍ରବ୍ୟ କ୍ରୟ କରିବେ। ଏହା ଦ୍ୱାରା ସେମାନେ ଚାଷୀମାନଙ୍କ ସହ ମଧ୍ୟ ସିଧାସଳଖ ଯୋଗାଯୋଗ ରକ୍ଷା କରିପାରିବେ। ଶୁଭାରମ୍ଭ କରାଯିବାର କେଇ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୫୦୦ ଚାଷୀ ଏଥିରେ ନିଜକୁ ପଞ୍ଜୀକୃତ କରିଥିବା ଜଣାପଡିଛି। ସେହିପରି ବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ରାଜ୍ୟର ଚାଷୀମାନଙ୍କ ପାଖରେ ବଳକା ଥିବା ଉଦ୍ୟାନ ଭିତ୍ତିକ ଉତ୍ପାଦିତ ଦ୍ରବ୍ୟ ସମ୍ପର୍କରେ ଏସ୍‌ଏମ୍‌ଏସ୍‌ ଜରିଆରେ ଅବଗତ କରାଯିବ। ଏହି ୱେବ୍‌ସାଇଟ୍‌ ଉଦ୍‌ଘାଟନ ବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ ବଶିଷ୍ଠ, ଉଦ୍ୟାନ ନିର୍ଦ୍ଦେଶକ ମୁଥୁକୁମାରଙ୍କ ସମେତ ଅନ୍ୟ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ
Share This Article
Leave a Comment