ଢୋ ଢୋ ଖରାରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ, ମା ତାରିଣୀଙ୍କୁ କଲେ ଦର୍ଶନ

Odisha Hot News
1 Min Read

ବ୍ରହ୍ନପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ସେ ଛତ୍ରପୁର ଉପଜିଲ୍ଲାପାଳ ଅଫିସକୁ ଯାଇ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ପାଖରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସ୍କା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଏହି ଦୁଇ ଲୋକସଭା ଅଧିନରେ ଥିବା ବିଜେଡି ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆଜି ହେଲିକାପ୍ଟରରେ ଭୁବନେଶ୍ବରରୁ ଗଂଜାମ ଯାଇଥିଲେ। ସେଠାରେ ସେ ପ୍ରଥମେ ମା ତାରାତାରିଣୀଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ କିଛି ସମୟ ବିଶ୍ରାମ କରି ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Share This Article