ସାବଧାନ: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ଅଗ୍ନି ବର୍ଷା, ଜାରୀ ହେଲା ରେଡ ସିଗନାଲ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଅର୍ଥାତ ଆକାଶରୁ ଖସିବ ଅଗ୍ନି ବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ରଚଣ୍ଡ ତାତି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ଦିଆଯାଇଛି।

ତେବେ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରିକରିଛି। ସେଗୁଡିକ ହେଲା ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲା। ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ରହିଛି। ୨୮ ଓ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ପ୍ରବଳ ତାତି ପ୍ରବାହିତ ହୋଇଛି। ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ବର। କାରଣ ଆଜି ଭୁବନେଶ୍ୱରରେ ସର୍ବାଧିକ ୪୧.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ, ଝାରସୁଗୁଡାରେ ୪୦.୪ ଡିଗ୍ରୀ।, ହୀରାକୁଦରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ, ପାରାଦୀପ ଓ ପୁରୀରେ ୩୪.୨ ଡିଗ୍ରୀ ଓ ଗୋପାଳପୁରରେ ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Share This Article