ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ପ୍ରଚାର: ଘର ଘର ବୁଲି ପହଞ୍ଚାଉଛନ୍ତି ମୋଦିଙ୍କ ବାର୍ତ୍ତା

Odisha Hot News
2 Min Read

ପୁରୀ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳଗୁଡିକର ପ୍ରଚାର ପ୍ରସାର ସେତେ ବୃଦ୍ଧି ପାଉଛି। କିନ୍ତୁ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ପ୍ରଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ନିଜ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଆଜି ପିପିଲ ନିର୍ବାଚନମଣ୍ଡଳୀର ସୁଜନପୁର ଗାଁରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ସାଥୀରେ ଛିଡ଼ା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ମଧ୍ୟ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଧୀନ ସିରେଇ ପଞ୍ଚାୟତର ସୁଦଘର ଗାଁ ଏବଂ ଟିପୁରି ଗ୍ରାମ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସୁଦାଘର ଗାଁଠାରେ ମା’ ଚଣ୍ଡୀଙ୍କର ଏବଂ ଟିପୁରି ଗାଁର ହନୁମାନ ମନ୍ଦିର ଦର୍ଶନ କରି ସ୍ଥାନୀୟ ଲୋକଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳ ଗସ୍ତ ସମୟରେ ଡକ୍ଟର ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ” ପୁରୀବାସୀ ଦେଉଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ଭରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।”

ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା ସ୍ଥିତ ସୀରେଇ ଗ୍ରାମ ପଞ୍ଚାୟତର ରାଧାମୋହନପୁର, ଚରକପୁର ଏବଂ ପସିଆପଦା ଗ୍ରାମରେ ଜନସମ୍ପର୍କ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଥିଲେ। ଏହି ଅବସରରେ ସେ ପୁରୀ ଲୋକସଭାକୁ ବିକଶିତ କରିବା ପାଇଁ ପଦ୍ମ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବା ସହିତ ଦେଶରେ ପୁଣି ଥରେ ମୋଦୀ ସରକାର ଗଠନ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଙ୍କଳ୍ପିତ ବୋଲି କହିଥିଲେ।

Share This Article