ଦିଲ୍ଲୀପ ରାୟଙ୍କୁ ନେଇ କାହିଁକି ଏମିତି କହିଲେ ଜୁଏଲ ଓରାମ

Odisha Hot News
1 Min Read

ଭୁବନେଶର: ବର୍ତ୍ତମାନ ଓଡିଶା ରାଜନୀତିର ଦିଲ୍ଲୀପ ରାୟଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ତାଙ୍କୁ କୋଇଲା ଦୁର୍ନିତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅସ୍ବସ୍ଥି ଦେଇଛନ୍ତି। ଦିଲ୍ଲୀପ ରାୟ ନିର୍ବାଚନ ଲଢିବେ ବୋଲି କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଏହାପରେ ସେ ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି।

ଏହି ଚର୍ଚ୍ଚା ଭିତରେ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଆଜି ପ୍ରଚାର ବେଳେ ତାଙ୍କ ବିଷୟରେ କହିଛନ୍ତି। ଯାହାକୁ ନେଇ ସୁନ୍ଦରଗଡ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଜୁଏଲ କହିଛନ୍ତି ଯେ, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ।

ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ବେଳେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ତେବେ ୨୦୧୮ରେ ବିଜେପି ଛାଡ଼ିଥିଲେ ଦିଲ୍ଲୀପ ରାୟ । ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ । ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଏହି ସମୟରେ କୋଇଲା ଦୁର୍ନୀତି ହୋଇଥିଲା । ପରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ହେଲେ ଦିଲ୍ଲୀର ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇ ନିର୍ବାଚନରେ ଲଢି ପାରିବା ରାୟ ଆଣିପାରିଛନ୍ତି।

Share This Article