ରଣପୁର: ଗାଁ ମୁହାଁ ୧୬ ଟିକିଆ ହାତୀ ପଲ, ବ୍ୟାପକ ଫସଲ ହାନୀ

Odisha Hot News
1 Min Read

ରଣପୁର: ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଖାଦ୍ୟ ଖାଇବା ଆଶାରେ ହାତୀ ପଲ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଧନ ଜୀବନ ନଷ୍ଟ ହେବା ସହ ହାତୀରେ ଶିକାର ହେଉଛନ୍ତି ମଣିଷ ସମାଜ।

ଗତ କାଲି ରାତିରେ ମୟୁର ଝାଲିଆ ଗାଁ ନିକଟରେ ୧୬ ଟିକିଆ ହାତୀ ପଲକୁ ଦେଖି ଲୋକେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ହାତୀକୁ ଦେଖି ଲୋକେ ଭୟଭୀତ ହୋଇଥିଲେ। ଲୋକଙ୍କ ଠାରୁ ଖବର ପାଇ ହାତୀ ଘଉଡ଼ାଇବାକୁ ଘଟଣା ସ୍ଥଳରେ ପହଞ୍ଚିଥୀଲା ରଣପୁର ବନ ବିଭାଗ।

ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଡ୍ରୋନ ସାହାଯ୍ୟରେ ହାତୀଙ୍କର ଗତି ବିଧି ଉପରେ ନଜର ରଖିଥିଲେ। ପରେ ହାତୀ ଘଉଡ଼ାଇବାକୁ ବନ ବିଭାଗ ଆରମ୍ଭ କରିଥିଲା ଅପରେସନ। ଦୀର୍ଘ ସମୟ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ଚେଷ୍ଟା କରିବା ପରେ ହାତୀ ପଲ ଜଙ୍ଗଲକୁ ପଳାଇ ଯାଇଥିଲେ।

ହାତୀ ପଲରେ ୪ଟି ଦନ୍ତା, ୬ଟି ମାଇ ହାତୀ ସହ ୬ଟି ଛୁଆ ହାତୀ ଥିବା ଜଣା ପଡିଛି।  ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଥିବା ଜଣା ପଡିଛି।

Share This Article