ଚାନ୍ଦବାଲିରୁ ସଭାପତି ମନମୋହନ ସାମଲ, ବ୍ରହ୍ମଗିରିରୁ ଉପାସନା, ବ୍ରଜରାଜନଗରରୁ ସୁରେଶ ପୂଜାରୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେପି ତାହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ମୁଖ୍ୟତଃ ପୁରୁଣା ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଇଛି। ତେବେ ଏହି ତାଲିକାରେ କେତେକ ଚମକ କରିବା ପରେ ଘଟଣା ଘଟିଛି। ତାହା ହେଲା ଯେ, ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ଲଢେଇ କରିବେ।

ସେହିପରି ବ୍ରହ୍ମଗିରିରୁ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଦଳ ଟିକେଟ ଦେଇଛି। ତାଙ୍କର ଦାଦା ଲଲାଟେନ୍ଦୁ ମହାପାତ୍ରଙ୍କୁ ଦଳ ଟିକେଟ ଦେଇ ନାହିଁ। ସେହିପରି ସାଂସଦ ଥିବା ସୁରେଶ ପୂଜାରୀଙ୍କୁ ଦଳ ବ୍ରଜରାଜ ନଗରରେ ପ୍ରାର୍ଥୀ କରିଛି। ସେହିପରି ସମ୍ବଲପୁରରେ ଦଳ ପୁଣିଥରେ ଜୟନାରାୟଣ ମିଶ୍ରଙ୍କ ଉପରେ ଭରସା କରି ଟିକେଟ ଦେଇଛି। ପୁରୀରୁ ଜୟନ୍ତ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି।

Share This Article