ଶେଷରେ ପଦ୍ମ ଧରିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ କେଉଁଠି ଲଢିବେ

Odisha Hot News
1 Min Read

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଲେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଅନୁଭବଙ୍କୁ ଦଳରେ ସାମିଲ କରାଇଛନ୍ତି ଦଳର ବରିଷ୍ଠ ନେତା ବିନୋଦ ତାୱଡ଼େ। ତାଙ୍କୁ ଦଳର ଉତ୍ତରୀୟ ପିନ୍ଧାଇ ଦଳର ପ୍ରାଥମିକ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି।

ଦୁଇଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ହେଲେ ସେ କେଉଁ ଦଳକୁ ଯିବେ ସେ ନେଇ କିଛି ଜଣାପଡି ନ ଥିଲା। କିନ୍ତୁ ସେ ବିଜେପିରେ ସାମିଲ ହେବେ ବୋଲି ଅନୁମାନ କରାଯାଉଥିଲା। ଯାହା ବର୍ତ୍ତମାନ ସତ ହୋଇଛି। ତେବେ ସେ କେଉଁଠି ଲଢେଇ କରିବେ ସେ ନେଇ କିଛି ଜଣପଡି ନାହିଁ।

ସେ ସାଂସଦ ଥିବା କେନ୍ଦ୍ରାପଡା ଆସନରେ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ତେଣୁ ସେ ଆଉ ସେଠାରୁ ପ୍ରାର୍ଥୀ ହୋଇପାରିବେ ନାହିଁ। ତେଣୁ ସେ ଏଥର କଟକର କୌଣସି ଆସନରୁ ବିଧାନସଭା ପାଇଁ ଲଢେଇ କରିବେ ବୋଲି ଚର୍ଚ୍ଚା ଚାଲିଛି।

Share This Article