ଓଡିଶା ଭକ୍ତି ସଙ୍ଗୀତ ଜଗତ ପାଇଁ ଦୁଃଖ ଖବର: ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

Odisha Hot News
1 Min Read

ଭୁବନେଶ୍ୱର: ଆଜି ଓଡିଶା ଭକ୍ତି ସଙ୍ଗୀତ ଜଗତ ପାଇଁ ଏକ ଦୁଃଖ ଖବର ମିଳିଛି। ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ବରରେ ଅକ୍ଟୋବର ୧ ତାରିଖ ୧୯୬୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ।

ଶାନ୍ତିଲତା ବାରିକ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଥିଲେ। ତାଙ୍କ କଣ୍ଠରେ ଓଡିଶା ଲୋକଙ୍କ ମନରେ ଭକ୍ତିର ଭାବନା ସୃଷ୍ଟି ହେଉଥିଲା। ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ।

Share This Article