କଦଳୀଗଡ ସ୍ନାତକ ମହାବିଦ୍ୟାଳୟରେ ଏଡସ୍ ସଚେତନତା ଶିବିର

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ୍ ବ୍ଲକ୍ କଦଳୀଗଡ ଠାରେ ଥିବା ଅର୍ଜୁନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ରେଡ୍ ରିବନ୍ କ୍ଲବ୍ ତରଫରୁ ଏଚ୍ ଆଇ ଭି ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି ସଚେତନତା କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଶମ୍ଭୁପ୍ରସାଦ ଗଡତିଆ, ସମ୍ମାନୀତ ଅତିଥି ଭାବରେ ବ୍ରୁଷକେତୁ ପ୍ରଧାନ ପ୍ରମୁଖ ଯୋଗଦେଇ ଏଡସ୍ ସଂପର୍କରେ ଵକ୍ତବ୍ୟ ରଖିଥିଲେ।

କଲେଜର ଛାତ୍ର ଛାତ୍ରୀମାନେ କଦଳୀଗଡ ଗ୍ରାମ ପରିକ୍ରମା କରିବା ସହ ଏଡସ୍ ସଂପର୍କରେ ସଚେତନତା ପାଇଁ ସ୍ଲୋଗାନ୍ ମାନ ଦେଇଥିଲେ। କଲେଜର ଅଧ୍ୟାପକ ବୈନେତେୟ ସାହୁ, ସୁଦର୍ଶନ ଷଣ୍ଢ, ଅଧ୍ୟାପିକା ବିସ୍ମିତା ମହାକୁଡ, ଅସୀମା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Share This Article