ବିଜେଡି ଛାଡିଲେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ। ସେ ଆଜି ବିଧିବଧ ଭାବେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ତାଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ସେ ବିଜେଡି ଛାଡିଥିବା ଜଣାପଡିଛି।

ଆକାଶ ଦାସନାୟକ 2014ରୁ 2019 ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ କୋରେଇର ବିଧାୟକ ଥିଲେ। ଏହାପରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ହେଲେ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ କରାଯାଇଥିଲା। ତେବେ ସେ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଜଣାପଡିଛି।

Share This Article