ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ୍ ଗ୍ରାମ ଖେସରା ଜଙ୍ଗଲରେ ଆଜି ଭୋରରୁ ଭାଲୁ ଆକ୍ରମଣରେ ଜଣେ ମୃତବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ଟାଲ ଗ୍ରାମର ଅଭି ସେଠୀ ( ୬୫ ) ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶୀକାର ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ଖବର ପାଇ ଜଙ୍ଗଲରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବଂଚାଇ ପାରି ନ ଥିଲେ।

ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଟାଲ ଗ୍ରାମରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ଦେଢ ବର୍ଷ ମଧ୍ୟରେ ଟାଲ ଗ୍ରାମରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମଣିଷ ଖିଆ ଭାଲୁକୁ କାବୁ କରି ତାକୁ ଅନ୍ୟତ୍ର ପଠାଇବାକୁ ଗ୍ରାମବାସୀ ବନବିଭାଗ ଠାରେ ଦାବୀ କରିଛନ୍ତି।

Share This Article