ମହମ୍ମଦ ମୋକିମଙ୍କୁ ବଡ ଅସ୍ବସ୍ଥି, ବିଧାୟକ ପଦ ରଦ୍ଦ ଉପରେ ସୁପ୍ରମକୋର୍ଟ ଲଗାଇଲେ ରୋକ

Odisha Hot News
1 Min Read

ଭୁବନେଶ୍ବର: କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକିମଙ୍କୁ ଏକ ବଡ ଅସ୍ବସ୍ଥି ମିଳିଛି। ତାଙ୍କର ବିଧାୟକ ପଦ ରଦ୍ଦ ମାମଲାରେ ସୁପ୍ରମକୋର୍ଟ ରହିତାଦେଶ ଜାରି କରିଛନ୍ତି।

କିଛିଦିନ ତଳେ ହାଇକୋର୍ଟ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ କରି ଦେଇ ଥିଲେ। ଏପରିକି ସେ ପୂର୍ବତନ ବିଧାୟକ ବୋଲି ଲେଖିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରମକୋର୍ଟର ଦ୍ବାରସ୍ଥ ହୋଇଥିଲେ।

କଟକ ବାରବାଟୀରୁ ହାରିଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ମୋକିମ ଭୁଲ ସତ୍ୟପାଠ ଦେଇଛନ୍ତି ଦର୍ଶାଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାକୁ କୋର୍ଟ ଗ୍ରହଣ କରି ତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।

Share This Article