୧୭ରୁ ଚଳାଚଳ କରିବ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ: ଜାଣନ୍ତୁ ସମୟ ସାରଣୀ ଏବଂ ଟିକେଟ ମୂଲ୍ୟ

Odisha Hot News
1 Min Read

ଭୁବନେଶ୍ଵର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟିତ ହୋଇଛି। ତେବେ ଏହା ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ। ଚଳିତ ୧୨ ତାରିଖରେ ଏହାର ଟ୍ରାଏଲ ରନ ଉକ୍ତ ରୁଟରେ ହୋଇଥିଲା।  ତେବେ ଯାତ୍ରୀମାନେ ଏହାଦ୍ୱାରା ନିଜର ଖୁସି ଜାହିର କରିଥିବା ବେଳେ ନିୟମିତ ଏହାର ଚଳାଚଳ ଏବଂ ଟିକେଟ ଦର କେତେ ରହିବ ତାହା ଜାଣିବା ପାଇଁ ଆଗ୍ରହୀ ଅଛନ୍ତି।

ତେବେ ରେଳ ମନ୍ତ୍ରାଳୟ ଠାରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଟ୍ରେନ ଆସନ୍ତା ୧୭ ତାରିଖରୁ ନିୟମିତ ଭାବେ ଚଳାଚଳ କରିବ। ସୋମବାରକୁ ବାଦ ଦେଇ ଅନ୍ୟ ସବୁ ଦିନରେ ସପ୍ତାହକୁ ୬ ଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ।

ସମୟ ସାରଣୀ:

ଭୁବନେଶ୍ୱର- ସକାଳ ୫.୧୫

ଖୋର୍ଦ୍ଧା ରୋଡ- ସକାଳ ୫.୩୩

ବାଲୁଗାଁ- ସକାଳ ୬.୨୩

ବ୍ରହ୍ମପୁର- ସକାଳ ୭.୦୫

ଇଚ୍ଛାପୁରମ- ସକାଳ ୭.୧୮

ପଲାସା- ସକାଳ ୮.୧୮

ଶ୍ରୀକାକୁଲମ ରୋଡ- ସକାଳ ୯.୦୦

ବିଜୟାନାଗରମ- ସକାଳ ୯.୪୩

ବିଶାଖାପାଟନମ- ପୂର୍ବାହ୍ନ ୧୧ ଘଟିକାରେ ପହଞ୍ଚିବ।

ସେହିପରିଭାବେ ବିଶାଖାପାଟନମ ଷ୍ଟେସନରୁ ଉକ୍ତ ଟ୍ରେନ ଅପରାହ୍ନ ୩.୩୦ ଘଟିକାରୁ ଛାଡିବ।

ବିଜୟାନାଗରମ- ଅପରାହ୍ନ ୪.୧୫

ଶ୍ରୀକାକୁଲମ ରୋଡ- ୫.୦୩

ପଲାସା- ୬.୧୦

ଇଚ୍ଛାପୁରମ- ୬.୪୦

ବ୍ରହ୍ମପୁର- ୭.୦୦

ବାଲୁଗାଁ- ୭.୫୨

ଖୋର୍ଦ୍ଧା ରୋଡ- ୮.୫୭

ଭୁବନେଶ୍ୱର- ରାତି ୯.୩୦ ରେ ପହଞ୍ଚିବ।

ତେବେ ଉକ୍ତ ଟ୍ରେନର ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ଏବଂ ଚେୟାର କାର ବର୍ଗ ହୋଇଥିବା ବେଳେ ଭୁବନେଶ୍ୱରରୁ ବିଶାଖାପାଟନମ ଦର ୧୧୧୫ ଟଙ୍କା ରହିଥିବା ଜଣାପଡିଛି।  ସେହିପରି ଭାବେ ଭୁବନେଶ୍ୱରରୁ ବାଲୁଗାଁ ୪୪୫ ଟଙ୍କା, ଭୁବନେଶ୍ୱରରୁ ବ୍ରହ୍ମପୁର ୫୬୫ ଟଙ୍କା, ବାଲୁଗାଁଠୁ ବିଶାଖାପାଟନମ ୯୩୫ ଟଙ୍କା ଏବଂ ବାଲୁଗାଁଠୁ ବ୍ରହ୍ମପୁର ୪୪୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Share This Article