ବିଜେପିରେ ସାମିଲ ହେଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ ସହ ଅନ୍ୟମାନେ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଲକୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ, ସେବାନିବୃତ ନୌସେନା ଅଧିକାରୀଗଣ ଡ.ବିପିନ ମିଶ୍ର, ଦିନବନ୍ଧୁ ଷଡଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା, ବାୟୁସେନା ଅଧିକାରୀ କୃତିବାସ ମିଶ୍ର ଓ ଏନ୍‌.କେ ମିଶ୍ର ଯୋଗଦେଇଛନ୍ତି।

 ସେହିପରି ଅନ୍ୟ କେତେକ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି  ବିଜୁ ଜନତା ଦଳ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଋଷି କୁମାର ପଟେଲ। ସେ ତାଙ୍କ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି।

Share This Article