Big News: ମେଣ୍ଟ ନେଇ ଆଜି ନିଷ୍ପତି, ବିଜେପି ନେତାଙ୍କୁ ଦିଲ୍ଲୀ ଡକରା, ବିଜେଡି ନେତାଙ୍କୁ ନବୀନ ନିବାସ

Odisha Hot News
1 Min Read

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ରାଜନୀତିରେ ଏକ ହୁଲୁସ୍ତୁଲ ହେବାର ସମ୍ଭାବନା ଦେଖାଦେଇଛି। କାରଣ ଆଜି ଦିଲ୍ଲୀ ଯିବା ପାଇଁ ଓଡିଶା ବିଜେପି ନେତାଙ୍କୁ ଡକରା ଆସିଛି। ଅପରାହ୍ନ ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜି ଅପରାହ୍ନରେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସାରି ଫେରିବା ପରେ ରାତିରେ କିଛି ଗୋଟେ ବଡ ନିଷ୍ପତି ହୋଇଛି। ଯାହାଫଳରେ ସେହି ରାତିରେ ଓଡିଶା ବିଜେପି ନେତାଙ୍କୁ ଦିଲ୍ଲୀ ପହଞ୍ଚିବା ପାଇଁ କୁହାଯାଇଛି। ଫଳରେ ମନମୋହନ ସାମଲ ସହିତ କେତେକ ନେତା ଦିଲ୍ଲୀରେ ପହଞ୍ଚି ସାରିଥିବାର ଜଣାପଡିଛି। ଆଜି ଅପରାହ୍ନ କିମ୍ବା ସଂଧ୍ୟାରେ ଗୁରୁତପୂର୍ଣ୍ଣ ବୌଠକ ରହିଛି।

ସେହିପରି ନବୀନ ନିବାସକୁ ଆଜି ବିଜେଡିର ତୁଙ୍ଗ ନେତୃତ୍ବଙ୍କୁ ଡକାଯାଇଛି। ସେମାନେ ଅପରାହ୍ନରେ ପହଞ୍ଚିବା ପାଇଁ କୁହାଯାଇଛି। ଏଥିରେ ଦଳର ଆଗାମୀ ଭବିଷ୍ୟତ ନେଇ କେତେକ ଗୁୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ତାହା କଣ ସେ ନେଇ କେହି କିଛି କହି ନାହାଁନ୍ତି।

ତେବେ ପ୍ରଧାନମନ୍ତ୍ରୀ ଓଡିଶାରୁ ଫେରିବା ପରେ ଆଉ ମେଣ୍ଟ ହେବ ନାହିଁ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ପୁଣିଥରେ ଉଦଜିବିତ ହୋଇଯାଇଛି। ଉଭୟ ଦଳ ଆଜି ମେଣ୍ଟ ନେଇ ବଡ ନିଷ୍ପତି ନେବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

Share This Article