ଖୋର୍ଦ୍ଧାର ନୂତନ ଏସପି ଭାବେ ଦାଇତ୍ୱ ଗ୍ରହଣ କଲେ ଆଇପିଏସ ଅଧିକାରୀ ବି. ଯୁଗଳ କିଶୋର

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ନୂତନ ଏସପି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ବି. ଯୁଗଳ କିଶୋର। ସେ ଏହା ପୁର୍ବରୁ କେନ୍ଦ୍ରାପଡା ଏସପି ଭାବେ କାର୍ଯ୍ୟରତ ଥିଲେ। ୨୦୧୧ ବ୍ୟାଚ ଓଡିଶା କ୍ୟାଡରର ଏହି ବରିଷ୍ଠ ଅଧିକାରୀ ଏକାଧିକ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିସାରିଛନ୍ତି। ଗତ ଡିସେମ୍ବରରେ ରାଜ୍ୟ ସରକାର ତାଙ୍କୁ ଏସଏସପି ଭାବେ ପଦୋନ୍ନତି ଦେଇଥିଲେ।

ତେବେ ରାଜନୈତିକ ଦୃଷ୍ଟିକୋଣରୁ ଖୋର୍ଦ୍ଧା ଏକ ସମ୍ବେଦନଶିଳ ଜିଲ୍ଲା ହୋଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ ଜିଲ୍ଲାରେ ଅନୁଷ୍ଠିତ ହେବ ତାହା ନୂତନ ଏସପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ଅନୁରୂପ ଭାବେ ଜିଲ୍ଲାରେ ଅପରାଧିକ ଗତିବିଧିକୁ ଲଗାମ ଲଗାଇବା ସହ, ନିଶା ବେପାର, ଗୋ ଚାଲାଣ, ଲୁଟ, ଚୋରି ଆଦି ଅପରାଧକୁ କିପରି ଦମନ କରାଯିବ ତାହା ମଧ୍ୟ ନୂତନ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

ସନ୍ଧ୍ୟାରେ ନୂତନ ଏସପି କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ସୂଚନା ଥାଉକି ଗତକାଲି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ କେନ୍ଦ୍ରାପଡ଼ା ଏସପି ଭାବେ ବଦଳି ହୋଇଥିଲା।

Share This Article