ସତ୍ୟବାଦୀ ନିର୍ବାଚନ ମଣ୍ଡଳିକୁ ନେଇ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମା ମଧ୍ୟରେ କଳି

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ଟିକେଟ ରାଜନୀତିରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳି ଏକ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏହି ନିର୍ବାଚନ ମଣ୍ଡଳିରୁ ଟାଣୁଆ ନେତା ସଂଜୟ ଦାସ ବର୍ମା ଛିଡା ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ସେଠାରୁ ବିଧାୟକ ଉମା ସାମନ୍ତରାୟ ହଟିବାକୁ ନାରାଜ।

ସଂଜୟ ବିଭିନ୍ନ କର୍ମି ସମ୍ମିଳନୀରେ ସେ ଏଥର ସତ୍ୟବାଦୀରୁ ଲଢେଇ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ଯାହାକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି ଉମା। ତାହାକୁ ବିରୋଧ କରିବାକୁ ଯାଇ ଉମା ପୁଣି କର୍ମିି ସମ୍ମିଳନୀ କରି ନିଜେ ଛିଡା ହେଉଛନ୍ତି ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ତେବେ ଗତକାଲି ଉଭୟଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟସ୍ଥତାରେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଠା କରାଯାଇଥିଲା। ହେଲେ ସେଥିରେ ଉମା କୁଆଡେ ରାଜି ହେଲେ ନାହିଁ। ଫଳରେ ବର୍ତ୍ତମାନ ପୁଣି କଣ ହେବ ସେ ନେଇ କିଛି ଜଣାପଡି ନାହିଁ।

Share This Article