Breaking News: ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

Odisha Hot News
1 Min Read

ଭୁବନେଶ୍ବର: ସବୁ ଚର୍ଚ୍ଚା ଶେଷ କରି ଆଜି ଭୁବନେଶ୍ବରର ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ସେ ବହୁ ପୂର୍ବରୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଏବେ ରାଜନାଥ ସିଂ ବ୍ରହ୍ମପୁରରେ ସମାବେଶ କରିବା ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି।

ଆଜି ସକାଳେ ପ୍ରଦୀପ ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦଳ ତରଫରୁ ସ୍ବାଗତ କରାଯାଇ ତାଙ୍କୁ ଭିତରକୁ ନିଆଯାଇଥିଲା। ଏହାପରେ ମନମୋହନ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେଲେ ବୋଲି ଘୋଷଣା କରି ଦଳୀୟ ଉତ୍ତରୀୟ ପିନ୍ଧାଇଥିଲେ।

ଦଳରେ ସାମିଲ ହେବା ପରେ ପ୍ରଦୀପ କହିଛନ୍ତି ଯେ, ବର୍ତ୍ତମାନ ଶ୍ରେଷ୍ଠ ଭାରତ ଶ୍ରେଷ୍ଠ ଓଡିଶା ଗଠନ କରିବାର ସମୟ ଆସିଛି। ଗୋଟିଏ ଥର ବିଜେପିକୁ ଶାସନ କ୍ଷମତା ଦିଅନ୍ତୁ ବୋଲି ସେ ସାଧାରଣରେ ଅପିଲ କରିଥିଲେ। ଆସନ୍ତାକାଲି ରାଜନାଥ ସିଂ ବ୍ରହ୍ମପୁରରେ ବିଶାଳ ସମାବେଶ କରିବେ। ସେ ଦାୟିତ୍ବ ପ୍ରଦୀପ ନେବେ।

Share This Article