ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ଇଡି ର ଚଢାଉ, 10ଟି ସ୍ଥାନରେ ଚାଲିଛି ଛାନଭିନ୍

Odisha Hot News
1 Min Read

ଭୁବନେଶ୍ବର: ବହୁ ଦିନ ପରେ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆରମ୍ଭ କରିଛି ଚଢାଉ। ଆଜି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସମାଲଙ୍କ ଘରେ ଇଡି ର ଚଢାଉ ଚାଲିଛି। ତାଙ୍କର ଭଦ୍ରକରେ ଥିବା ନିଜ ବାସସ୍ଥାନ ସହିତ ଭଦ୍ରକର ୬ଟି ସ୍ଥାନ ଏବଂ ଭୁବନେଶ୍ୱରର ୪ଟି ସ୍ଥାନରେ ଏବି ଚଢାଉ ଚାଲିଛି।

ସେହିପରି ବାରିପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଚଢାଉ ଚାଲିଥିବାର ଜଣାପଡିଛି। ବାରିପଦା ଇଂଜିନିୟରିଂ କଲେଜ ଜମି ଦୁର୍ନିତି ନେଇ ଏହି ଚଢାଉ କରାଯାଇଥିବାର ଜଣାପଡିଛି। ପୂର୍ବରୁ ଏହି ଜମି ପାଇଁ ପ୍ରାୟ 30 କୋଟି ଟଙ୍କା ଦୁର୍ନିତି ହୋଇଥିବାର ଅଭିଯୋଗ ରହିଛି। କଡା ସୁରକ୍ଷା ଭିତରେ ଏହି ଚଢାଉ ଚାଲିଛି।

Share This Article