ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୯ କୋଟି ୪୧ ଲକ୍ଷ ଟଙ୍କାର ଲାଭାଂଶ ପ୍ରଦାନ

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୪୧ ଲକ୍ଷ ୫୮ ହଜାର ୨୯୮ ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଲାଭାଂଶ ରାଶିର ଏକ ଚେକ୍‌ ପ୍ରଦାନ କରିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ପାନୀୟ ନିଗମର ଆର୍ଥିକ କାରବାର ୭୪୫୬.୬୪ କୋଟି ଟଙ୍କା ହୋଇଥିବାବେଳେ କର ପଇଠ ପରେ ୩୧.୩୮ କୋଟି ଟଙ୍କା ଲାଭ ହୋଇଥିଲା। ଏହା ସହିତ ପାନୀୟ ନିଗମ ଅବକାରୀ କର ବାବଦରେ ୫୨୬୭.୬୯ କୋଟି ଟଙ୍କା ଏବଂ ଭାଟ୍‌ ବାବଦରେ ୨୫୧୨.୮୩ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସଫଳତା ଉଲ୍ଲେଖନୀୟ ହୋଇପାରେ ବୋଲି ଅବକାରୀ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୩ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ ପାନୀୟ ନିଗମର ୨୩ତମ ସାଧାରଣ ବାର୍ଷିକ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିଟ୍‌ ଲାଭର ୩୦% ଲାଭାଂଶ ଘୋଷଣା କରାଯାଇଥିଲା।

Share This Article