ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

Odisha Hot News
2 Min Read

ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା। ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ। ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ। ମୋର ତିନି ଝିଅ। ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି। ମୁଁ କିଛି ସଞ୍ଚୟ କରିପାରିନଥିଲି। ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି। ମୋ ପାଖରେ ଆଉ କିଛି ଉପାୟ ନଥିଲା। ମୁଁ ନିଜ ଉପରୁ ଆଶା ଛାଡିଦେଇଥିଲି।

ମୋର ଶେଷ ଅବସ୍ଥା ସମୟରେ ମୋ ପାଖରେ ଧନ ନଥିଲା। ଭାରି କଷ୍ଟ ଅନୁଭବ କରୁଥିଲି। ମୋତେ ବୁଦ୍ଧି ବାଟ ଦିଶୁ ନଥିଲା’’। ଗାଁ ରୁ ଶୁଣିବାକୁ ପାଇଲି ଯେ ବି ଏସ୍ କେ ୱାଇ କାର୍ଡ ଯୋଗେ ମାଗଣାରେ ଅପରେସନ ହେଉଛି। ମୋ କାର୍ଡ ନେଇ ନାଚୁଣୀରେ ଥିବା ଏକ ଘରୋଇ ହସ୍ପିଟାଲକୁ ଗଲି। ମୋତେ ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି ମାଗଣାରେ ପରୀକ୍ଷା, ନିରୀକ୍ଷା ଓ ଅପରେସନ ହେଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମୋତେ ନୂଆ ଜୀବନ ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଆମ ଭଳି ଗରିବ ଲୋକ ବହୁ ଉପକାର ପାଉଛନ୍ତି।

ବାନମ୍ବର ଦାଶଙ୍କ ଝିଅ ଝରଣା ଦାଶ କହିଛନ୍ତି – ‘’ବିଜୁ ସ୍ଵାସ୍ଥ୍ୟ କାର୍ଡ ପାଇଁ ଆମେ ଆମ ବାପାଙ୍କୁ ଫେରିପାଇଛୁ’। ଆମେ ହେଉଛୁ ଗରିବ ପରିବାର। ବାପାଙ୍କୁ ଭଲ କରିବା ପାଇଁ ଆମ ପାଖରେ କିଛି ଉପାୟ ନଥିଲା। ଆମେ ଉପାୟ ଶୂନ୍ୟ ହୋଇଯାଇଥିଲୁ। ଗାଁରୁ ଶୁଣି ବାପାଙ୍କୁ ନାଚୁଣୀର ନନ୍ଦ ଟ୍ରିଟମେଣ୍ଟ ହସ୍ପିଟାଲ ଆଣିଲୁ। ସେଠାରେ ବି ଏସ୍ କେ ୱାଇ ସ୍ୱାସ୍ଥ୍ୟକର୍ମୀ ଆମକୁ ସାହାଯ୍ୟ କଲେ। ବାପାଙ୍କର ଭଲରେ ଭଲରେ ଅପରେସନ ହେଲା। ମୋ ବାପାଙ୍କ ଜୀବନ ବଞ୍ଚେଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିରଋଣୀ।

Share This Article