ଆସନ୍ତାକାଲି ଚିଲିକା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା: ମତ୍ସ୍ୟଜୀବି ସମ୍ମିଳନୀରେ ଦେବେ ଯୋଗ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି। ଶ୍ରୀ ରୁପାଲା ଆସନ୍ତାକାଲି ପୂର୍ବାହ୍ନ ୧୦.୧୫ ଘଟିକାରେ ନଈରୀ ଗ୍ରାମରେ ଏକ ବିଶାଳ ମତ୍ସ୍ୟଜୀବି ସମ୍ମିଳନୀରେ ଯୋଗଦେବେ।

ଉକ୍ତ ସମ୍ମିଳନୀରେ ସେ ମତ୍ସ୍ୟଜୀବିମାନଙ୍କୁ ଉଦବୋଧନ ଦେବେ। କେନ୍ଦ୍ର ସରକାରଙ୍କ ଜନହିତକାରି ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ। ଏହାପରେ ଶ୍ରୀ ରୁପାଲା ସିଙ୍ଗେଶ୍ୱର ପଞ୍ଚାୟତ କୋଦପୁର ଗ୍ରାମକୁ ଯାଇ ମତ୍ସ୍ୟଜୀବିଙ୍କ ପରିବାର ସହ ମଧ୍ୟାହ୍ନ ଭୋଜନ କରିବେ।

ପରିଶେଷରେ ବାଲୁଗାଁ ଚିଲିକା କୂଳ ଜେଟି କୁ ଯାଇ ବିଭିନ୍ନ ମତ୍ସ୍ୟଜୀବିମାନଙ୍କ ସହ ଏକାଧିକ ବିଷୟ ଉପରେ ଚର୍ଚ୍ଚା ଓ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଶୁଣିବେ। ଏବଂ ପରବର୍ତ୍ତୀ ସମୟରେ ବାଲୁଗାଁରୁ ବୋଟ ଦ୍ୱାରା ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଅନ୍ତର୍ଗତ ସାତପଡାକୁ କେନ୍ଦ୍ର ମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା ସମ୍ବିତ ପାତ୍ର ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Share This Article