ନୌକା ଦୁର୍ଘଟଣାରେ 5 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରସଂଗ, ଅନୁକମ୍ପା ରାଶି ଘୋଷଣା କଲେ ନବୀନ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ 5 ଜଣ ବ୍ୟକ୍ତି ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଗତକାଲି କୋରାପୁଟର ପାତାଳୀ ନଦୀରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ନୌକାଟି ଓଲଟି ପଡିବାରୁ ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ନିଯୋଜ ଥିଲେ। ଏହାପରେ ସେହି ତିନିଜଣ ନାବାଳିକାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ବିବାହ ଭୋଜିରେ ଯୋଗଦେବାକୁ ଏହି ପାଞ୍ଚଜଣ ଦେଶୀ ଡଙ୍ଗାରେ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

 

Share This Article