ହିଞ୍ଜିଳି କଲେଜ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଲା ଉଚ୍ଚଶିକ୍ଷା ବିଭାଗ

Odisha Hot News
1 Min Read

ଭୁବନେଶ୍ବେର: ଗଂଜାମ ଜିଲ୍ଲା ହିଞ୍ଜିଳି ବିଜ୍ଞାନ କଲେଜରେ ଆସିଥିବା ଗୁରୁତର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ତଦନ୍ତ ପରେ ଏହା କହିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ସେହି କଲେଜରେ କିଛି ଅନୈତିକ କାର୍ଯ୍ୟ ହେଉଥିଲା ବୋଲି ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଆଧାର କରି ବିଭାଗ ତରଫରୁ ଏକ ତଦନ୍ତ କରାଯାଇଥିଲା।

ଏହି ତଦନ୍ତରେ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହିତ କେତେଜଣ ମହିଳା ଅଧିକାରୀ ସାମିଲ ହୋଇଥିଲେ। ସେମାନେ କିଏ ଅଭିଯୋଗ କରିଥିଲା , କାହିଁକି କରିଥିଲା ସେ ନେଇ ଖୋଳତାଡ କରିଥିଲେ ମଧ୍ୟ ତାହାର କୌଣସି ଆଧାର ମିଳି ନ ଥିଲା।

ଏଥିସହିତ ଏହି ତଦନ୍ତ ଦଳ ଷ୍ଟାପ କାଉନସିଲ, ଷ୍ଟୁଡେଣ୍ଟସ ଆଲମ୍ୟୁନି, ଶିକ୍ଷକ, ଛାତ୍ରୀ, ହଷ୍ଟେଲ ଛାତ୍ରୀଙ୍କୁ ପଚରାଥିଲେ। ହେଲେ ସମସ୍ତେ ଏହା ଏକ ମିଛ ଅଭିଯୋଗ ଏବଂ କଲେଜକୁ ବଦନାମ କରିବା ପାଇଁ ଏପରି କରାଯାଇଛି ବୋଲି କହିଥିଲେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରୀ କରି ସ୍ପଷ୍ଟି କରଣ ଦିଆଯାଇଛି।

Share This Article