ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ:ଭୁବନେଶ୍ବରରେ ସପ୍ତାହକ ଭିତରେ ୫ ହଜାର ନମୁନା ପରୀକ୍ଷା

Odisha Hot News
1 Min Read

ଭୁବନେଶ୍ବର : ଭୁବନେଶ୍ବରରେ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଭୁବନେଶ୍ୱର ଏକ ହଟସ୍ପଟ ହୋଇଥିବା ହେତୁ ଏଥିଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟ ସରକାର ଭୁବନେଶ୍ୱରରେ ଟେଷ୍ଟିଂ ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି । ରାଜଧାନୀ ଭୁବନେଶ୍ବରରେ ଆଗାମୀ ୭ ଦିନ ଭିତରେ ୫ ହଜାର ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଭାରତରେ ଏହା ହେବ ସର୍ବାଧିକ ପରୀକ୍ଷା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯେଉଁମାନଙ୍କ ଗସ୍ତ ବିବରଣୀ ଅନ୍ୟ ରାଜ୍ୟ ଓ ବିଦେଶକୁ ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଠିକ୍ ସେହିପରି ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟ ଟେଷ୍ଟିଂ କରାଯିବା ସହ ବୟସ୍କ ବ୍ୟକ୍ତିଙ୍କର ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
କରୋନାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ଇତି ମଧ୍ୟରେ ୭୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Share This Article
Leave a Comment