ପିଆଜରେ ସାନ୍ତକ୍ଲଜ ନିର୍ମାଣ କରି ବିଶ୍ବ ରେକର୍ଡ ହାସଲ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Odisha Hot News
1 Min Read

ପୁରୀ: ଆଜି ଖ୍ରୀଷ୍ଟମାସ ବା ବଡଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଣିଦେଇଛି ବଡ ଖୁସି। କାରଣ ସେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ସାନ୍ତକ୍ଲଜ ବିଶ୍ବ ରେକର୍ଡ ହାସଲ କରିଛି। ଓର୍ଲଡ ରେକର୍ଡ ବୁକ ତରଫରୁ ଅନୁଧ୍ୟାନ କରାଯାଇ ଏହି ମାନ୍ୟତା ପ୍ରଦାନ କରାଯାଇଛି।

ସୁଦର୍ଶନ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକାର ଏକ ସାନ୍ତକ୍ଲଜ। ତେବେ ଏଥିରେ ସେ ବାଲି ଉପରେ ପ୍ରାୟ ଦୁଇ ଟନ ପିଆଜକୁ ସ୍ଥାପନ କରିଛନ୍ତି। ଯାହା ବାଲୁକା କଳା ଜଗତରେ ଏକ ନୂଆ ରେକର୍ଡ। ସେ ଏହି ପିଆଜକୁ ସାନ୍ତକ୍ଲଜର କୋର୍ଟକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି।

ସେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା ହେଲା ଚାରାଟିଏ ଉପହାର ଦିଅ, ବିଶ୍ବକୁ ସବୁଜମୟ କର। ବର୍ତ୍ତମାନ ବଡଦିନକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଏହା ବେଶ ଆକର୍ଷିତ କରିଛି।

Share This Article